ବାଇକକୁ ପିଟିଲା ଟ୍ରକ, ବାଇକ ଚାଳକ ମୃତ

ବାଇକକୁ ପିଟିଲା ଟ୍ରକ , ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ । ଦୁର୍ଘଟଣା ଘଟିଛି ବୌଦ୍ଧ ସଦର ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ମର୍ଜାଦପୁର ଗ୍ରାମ ନିକଟ ସାଲୁଙ୍କି ପୋଲ ଉପରେ । ଗତ ସନ୍ଧ୍ୟାରେ ଏକ ଟ୍ରକ ସାମନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଦହ୍ୟା ନିକଟସ୍ଥ ବାହାଜୁର ଗ୍ରାମର ବିକେଶ ପ୍ରଧାନ ଏବଂ ଆହାତ ଯୁବକ ଜଣକ ହେଲେ ବଚନ ପ୍ରଧାନ। ସୂଚନା ଅନୁଯାୟୀ ବୌଦ୍ଧ ପଟୁ ନିଜ ଗ୍ରାମକୁ ଏକ ବାଇକ ଯୋଗେ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥର ମର୍ଜାଦପୁର ଗ୍ରାମ ନିକଟରେ ସାମନାରୁ ଆସୁଥିବା ଏକ ଟ୍ରକ ଧକ୍‌କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହାତ ଦୁଇ ଯୁବକଙ୍କୁ ସ୍ଥାନିୟ ଲୋକେ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଳୟରେ ଡାକ୍ତର ବିକେଶ ପ୍ରଧାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି ।

Leave a Reply

Your email address will not be published. Required fields are marked *