ବହୁ ଦିନର ବ୍ୟବଧାନ ପରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର

ବହୁ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦି । ଦେଖିବାକୁ ମିଳିଛି ଲାଲ୍ ପୋଷ୍ଟର । ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତ ଦୁର୍ଗାପ୍ରସାଦ ଉଲିଙ୍ଗିଆ ଠାରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ତେବେ ଉଲୁଙ୍ଗିଆ ରାସ୍ତା ନିର୍ମାଣକୁ ବିରୋଧ କରି ଲେଖାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମାଓବାଦୀଙ୍କ ଲାଲ ପୋଷ୍ଟର କୁ ଉଧାର କରିଛି ।କିଛି ଦିନର ବ୍ୟବଧାନରେ ପୁଣି ମାଓ ପୋଷ୍ଟରକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *