ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନଶୁଣାଣୀ ଗୁରୁବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି | କଳିଙ୍ଗ ଆଲୁମିନା ଲିମିଟେଡ୍କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଂଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଣ୍ଟନ କରାଯାଇଛି | ଏହି ପ୍ରକଳ୍ପରେ ବକ୍ସାଇଟ୍ ଖନନ ପାଇଁ ଓପନ କାଷ୍ଟ ପଦ୍ଧତି ବ୍ୟବହାର କରାଯିବ ଯାହାର କ୍ଷମତା ବାର୍ଷିକ ୪ ମିଲିୟନ୍ ଟନ୍ (ଏମଟିପିଏ) ଏବଂ ପିଟ୍ ହେଡ୍ (ଖାଦାନ ମୁଣ୍ଡରେ) ଘଂଟା ପ୍ରତି ୮୦୦ ଟନ୍ (ଟିପିଏଚ୍)ର କ୍ରସ/ର୍ସ୍କ୍ରିନିଂ ପ୍ଳାଣ୍ଟ ରହିବ |




ନନ୍ଦପୁର ତହସିଲର ପାର୍ଶ୍ୱବର୍ତୀ ଭେଜା, ବଲ୍ଲଦା, ବଡେଲ, ଅତଣ୍ଡା, ଏବଂ କୁଲାବୀର ପଂଚାୟତର ହଜାର ହଜାର ଗ୍ରାମବାସୀ ପାରମ୍ପରିକ ବେଶରେ ଏହି ଜନଶୁଣାଣୀରେ ଯୋଗ ଦେଇଥିଲେ| ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋରାପୁଟ ଅଂଚଳ ଅଧିକାରୀ ଦୀପେଶ୍ ବିଶ୍ୱାଳ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଲୋମଣି ସେଠୀ ଏହି ସଭାକୁ ସଭାପତିତ୍ୱ କରିଥିଲେ |
ଅଧିକାରୀମାନେ ସେମାନଙ୍କର ମତାମତ ଗ୍ରହଣ କରି ପ୍ରକଳ୍ପର ସମ୍ଭାବ୍ୟ ବିକାଶ ଏବଂ ନିଯୁକ୍ତି ସୁଯୋଗ ବିଷୟରେ ପ୍ରଶ୍ନଗୁଡ଼ିକର ସମାଧାନ କରିଥିଲେ | ଏହା ନିଯୁକ୍ତି ସୃଷ୍ଟି ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାରଙ୍କ ବିକାଶ ସୂଚକାଙ୍କକୁ ଉନ୍ନତ କରିବାରେ ସହାୟକ ହେବ | ଏହା ଛଡ଼ା ଖନନରୁ ଅର୍ଜିତ ରାଜସ୍ୱ ରାଜ୍ୟ ସରକାରଙ୍କ ଦ୍ୱାରା ଆହୁରି ବିକାଶମୂଳକ ପଦକ୍ଷେପରେ ବିନିଯୋଗ କରାଯିବ | ଏଥିରେ ମହିଳାଙ୍କୁ ସାମିଲ କରି ଅନୁସୂଚିତ ଜନଜାତି ପରିବାରମାନଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ, ଯାହା ସ୍ଥାନୀୟ ଲୋକଙ୍କର ସାମାଜିକ-ଆର୍ଥକ ସ୍ଥିତିକୁ ଉନ୍ନତ କରିବ | କଳିଙ୍ଗ ଆଲୁମିନା ଅଧିକାରୀ ବଲ୍ଲଦା ପ୍ରକଳ୍ପ ଏବଂ ଅଂଚଳ ପାଇଁ ଏହାର ଉଲ୍ଲେଖନୀୟ ଲାଭ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ |
ଅପର ପକ୍ଷରେ ସପକ୍ଷ ଓ ବିପକ୍ଷବାଦୀ ନିଜ ମତ ଜନ ଶୁଣାଣିରେ ସାବ୍ୟସ୍ତ କରିଥିଲେ | ଜିଲ୍ଲା ଏସପି ରୋହିତ ବର୍ମାଙ୍କ ନିର୍ଦେଶକ୍ରମେ ଜନ ଶୁଣାଣିରେ ତିରିଶ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ |