ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସମନ୍ଵୟ କମିଟି ବୈଠକ

ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥ କ୍ଷେତ୍ର ପରିଭ୍ରମଣ ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରୁ ୩୫୪ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୬୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖ ରୁ ୧୧ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଗାମୀ ଫେବୃଆରୀ ୧୯ ତାରିଖ ରୁ ୨୪ ତାରିଖ ଏହି ତୀର୍ଥ ଯାତ୍ରା ଆରମ୍ଭ ହେବ । ଜିଲ୍ଲାରୁ ପ୍ରତି ପର୍ଯ୍ୟାୟରେ ୧୭୭ ଜଣ ଲେଖାଏଁ ମୋଟ ୩୫୪ ଜଣଙ୍କୁ ଏହି ସୁଯୋଗ ମିଳିବ । ପ୍ରତ୍ୟକ ଯାତ୍ରୀଙ୍କ ପଛରେ ସରକାର ୧୬୮୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ତୀର୍ଥ ପୂର୍ବରୁ ମୁଖ୍ୟ ଚିକିତ୍ସାଧିକାରୀ ତତ୍ଵାବଧାନରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ କିଟ ବଣ୍ଟାଯିବ । ତୀର୍ଥ ଯାତ୍ରୀଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ପାଟ୍ରୋଲିଂ କରେଇ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନଭେମ୍ବର ୧୦ରେ ଏହାର ପଞ୍ଜୀକରଣ ସରୁଥିବା ବେଳେ ଉଭୟ ଅନଲାଇନ ଓ ଅଫଲାଇନରେ ବରିଷ୍ଠ ନାଗରିକ ମାନେ ନିଜ କୁ ପଞ୍ଜୀକୃତ କରାଇଛନ୍ତି । ବୈଠକରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅଧିକାରୀ ଉପସ୍ଥିତ ରହି ତୀର୍ଥଯାତ୍ରାକୁ ସଫଳ କରିବାରେ ସେମାନଙ୍କ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *