ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନଦର୍ଲୀପାଲି ରାଜେଶ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ଦର୍ଲୀପାଲି ଗ୍ରାମର ରାଜେଶ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ଅମ୍ବାଭୋନା ପୋଲିସ ।କମେଣ୍ଟମରାରୁ ଏଭଳି ଏକ ବିଭତ୍ସ ହତ୍ଯା କରିଥିବା ମାନିଲା ନିଜେ ଅଭିଯୁକ୍ତ ।ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଦାସ (୨୨ବର୍ଷ)କୁ ଅମ୍ବାଭୋନା ପୋଲିସ ଗିରଫ କରି ଘଟଣାର ସିନ ରିକ୍ରେସନ କରିଛି । ବରଗଡ଼ ଏସ.ଡି.ପି.ଓ ଏବଂ ଥାନାଧିକାରୀ ଙ୍କ ଉପସ୍ଥିତିରେ ସିନ ରିକ୍ରେସନ ବେଳେ ସବୁ ସତ ମାନିଥିଲା ଅଭିଯୁକ୍ତ।ମୃତକ ରାଜେଶ ବେହେରା ଙ୍କ ସହିତ ହତ୍ୟାକାରୀଙ୍କ ପୂର୍ବ ଶତ୍ରୁତା ରହିଥିଲା । ମୃତକ ରାଜେଶ ବାରମ୍ବାର ଅଭିଯୁକ୍ତ ଅରୁଣ ଏବଂ ତାଙ୍କ ପରିବାର ଲୋକଙ୍କୁ ଅନେକ ସମୟରେ କମେଣ୍ଟ ମାରୁଥିଲା । ଯାହାକୁ ନେଇ ଅତିଷ୍ଠ ହୋଇପଡିଥିଲେ ଅରୁଣ ଆଉ ଏ ହତ୍ୟାକାଣ୍ଡ ସେ ନିଜେ ଭିଆଇ ଥିବା ସ୍ବିକାର କରିଥିଲେ ।

ସୁଚନା ଅନୁଯାୟୀ ଗତ ଅକ୍ଟୋବର ୧୯ତାରିଖ ଦିନ ରାଜେଶ ବିଲରେ ପାଣି ମଡାଉଥିବା ବେଳେ ଏକ ୫ ଫୁଟିଆ ଲୁହା ପାଇପରେ ପଛଆଡୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅରୁଣ ।ପରେ ରାଜେଶ ଙ୍କ ଅଜା ବିହାରୀ ବେହେରା ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେଉଦ୍ଧାର କରି ବୁର୍ଲାସ୍ଥିତ ଡାକ୍ତର ଖାନାକୁ ନେଇଥିଲେ।କିନ୍ତୁ ସେଠାରେ ରାଜେଶଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲେ। ମୃତକ ରାଜେଶ ବେହେରା ଙ୍କ ମାଆ ଦୀପା ବେହେରା ଙ୍କ ଲିଖିତ ଅଭିଯୋଗ ଆଧାରରେ ଅମ୍ବାଭୋନା ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅରୁଣ ଦାସ ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *