ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପିଆରଆଇ ଏକାଦଶକୁ ହରାଇ ମିଡ଼ିଆ ଏକାଦଶ ଚମ୍ପିୟାନ

ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଆୟୋଜନରେ ବାଲିଆପାଳ ବ୍ଲକ ଡଗରା ବେଳାଭୂମି ନିକଟସ୍ଥ ମକର ପଡ଼ିଆରେ ଗତକାଲି ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।

ଏହି ମ୍ୟାଚରେ ପିଆରଆଇ ମେମ୍ବର ଏକାଦଶ ଓ ମିଡ଼ିଆ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମେ ମିଡ଼ିଆ ଏକାଦଶର ଅଧିନାୟକ ପ୍ରତାପ କୁମାର ପାତ୍ର ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ବେଳେ ଅପରପକ୍ଷ ପିଆରଆଇ ମେମ୍ବର ଏକାଦଶ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ମ୍ଯାଚର ପ୍ରଥମ ବଲରେ ମିଡ଼ିଆ ଏକାଦଶ ଅଧିନାୟକ ପ୍ରତାପ କୁମାର ପାତ୍ର ଓ୍ବିକେଟ ନେଇ ଦଳ ପାଇଁ ସଫଳତା ଆଣିଥିଲେ।

ତେବେ ପିଆରଆଇ ମେମ୍ବର ଏକାଦଶର ବ୍ଯାଟର ଅଶ୍ବୀନୀ ପାତ୍ରଙ୍କ ଧୁଆଁଧାର ୩୫ ରନର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୬୦ରନ ସଂଗ୍ରହ କରିଥିଲେ। ମିଡ଼ିଆ ଏକାଦଶର ବୋଲର ଶମ୍ଭୁନାଥ ଦାସ ୪ଟି ଓ୍ବିକେଟ ନେଇ ଥିଲାବେଳେ ବୋଲର ଚିନ୍ମୟ ଦାସ, ଅଶୋକ ଜେନା ଓ ଅଧିନାୟକ ପ୍ରତାପ କୁମାର ପାତ୍ର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।