ବଢୁଛି ଶୀତ ଥରୁଛି ହାତ

କଲବଲ କରୁଛି ଶୀତ | ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ହାଡଭଙ୍ଗା ଶୀତ | ଦିନକୁ ଦିନ ରାତିରେ ତାପମାତ୍ରା ଖସିବାରେ ଲାଗିଛି | ସପ୍ତାହେ ଯାଏଁ ଶୀତରୁ ମିଳିବନି ନିସ୍ତାର | ବୟସ୍କ, ବୃଦ୍ଧ, ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଥଣ୍ଡା, କାଶ, ଜ୍ଵରର ପ୍ରଭାବ ବଢିବାରେ ଲାଗିଛି |

ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ୩.୧ ଡିଗ୍ରୀ ରେକର୍ଡ ହୋଇଛି। ସେଠାରେ ଶିଶିର ପାତ ହେଉଛି ସେହିପରି ସେମିଳିଗୁଡ଼ାରେ ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬ ଡିଗ୍ରୀ, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା। ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨ ଡିଗ୍ରୀ, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।