ବଢି ଚାଲିଛି ମାଫିଆଙ୍କ ଚୋରାକାରବାର,ମଦ, ଗଞ୍ଜେଇ,ଗୋରୁ ପରେ ଏବେ ଷଣ୍ଢ

ଦିନକୁଦିନ ବିଭିନ୍ନ ଅଞ୍ଚଳରେ ଗୋ ମାଫିଆଙ୍କ ଦୈରାତ୍ମ ବୃଦ୍ଧି ପାଉଥିବାର ନଜିର ରହିଛି। ଏହି ମାଫିଆ ଗୋଷ୍ଠୀ ଷଣ୍ଢ ମାନଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ।ଷଣ୍ଢ ମାନଙ୍କୁ ମଧ୍ୟ ବହୁବାର ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବିଶୋଇ କାଦପାଣି ଗ୍ରାମ ନିକଟରେ। ଘଟଣାରୁ ପ୍ରକାଶ ଯେ ଆଜି ସମୟରେ ବିଶୋଇରୁ ସାରସକଣା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା କାଦପାଣି ନିକଟରେ (OD11A2450)ଏକ ବୋଲେରୋ ଓଲଟି ପଡିଥିଲା।ଘଟଣା ସ୍ଥଲରେ ସ୍ଥାନୀୟ ଲୋକେ ଉକ୍ତ ଗାଡିରେ ତିନୋଟି ଷଣ୍ଢ ଥିବା ଦେଖିବାକୁ ପାଇଥିଲେ ।

ବିଶୋଇ ପୋଲିସ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଂଚି ତିନି ଷଣ୍ଢକୁ ଉଦ୍ଧାର କରିଥିଲେ।ତେବେ ଉଦ୍ଧାର ଷଣ୍ଢ ମାନଙ୍କ ମଧ୍ୟରେ ଗୋଟିଏର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଆହତ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣା ପଡିଛି ।ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା ଭାବରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଏବେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ଚୋରା ମଦ, ଗଞେଇ,ଗୋରୁ ବୋଝେଇ ଗାଡ଼ି ଆଦି ଯାଉଥିବା ଜଣାପଡିଛି।ତେଣୁ ଏହି ରାସ୍ତାରେ ବିଶୋଇ ଓ ଝାରପୋଖରିଆ ପୋଲିସ କଡ଼ା ନଜର ରଖିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *