
ମୁହଁ ମାଡି କଚାଡି ପଡ଼ିଥିଲେ ବ୍ରହ୍ମାଣ୍ଡର ମାଲିକ, ବଡଦେଉଳର ବଡ ଠାକୁର, ଜଗାର ପ୍ରିୟ ଭକ୍ତ ଠିକ କହିଥିଲେ,ଓଡ଼ିଶା ପାଇଁ ମାଡ଼ିଆସୁଛି ବିପଦ, ଯାହା କେବେ ହୋଇନଥିଲା ତାହା ଏ ବର୍ଷ ଘଟିଗଲା । ଲୋକେ ସନ୍ଦେହରେ ଥିଲେ, ଭାବିଥିଲେ ଏ ବର୍ଷ ବି ହେବ ପୂର୍ବବର୍ଷ ପରି କିଛି ଘଟଣା, ସତକୁ ସତ ତାହା ହିଁ ହେଲା, ନୂଆ ସରକାର ଏବେବି ଶିଶୁ ଅବସ୍ଥାରେ ରହିଥିବା ସ୍ପଷ୍ଟ ପ୍ରମାଣିତ ହୋଇଗଲା, ରଥଯାତ୍ରାରେ ଠେଲାପେଲା ପର୍ଯନ୍ତ ସୀମିତ ଥିଲା, ତାହା ସମସ୍ତେ ଜାଣନ୍ତି, ଜଗାର ଯାତରେ ପଡିଥିଲା ଜୟ ଜଗନ୍ନାଥ, ହେଲେ କିଏ ଜାଣିଥିଲା ତାହା ହେବ ଜଗା ସହ ଶେଷ ଦେଖା, ଆଉ ଶେଷ ରଥଯାତ୍ରା, ଚଳିତ ରଥଯାତ୍ରାରେ ଅବ୍ୟବସ୍ଥାର ଘଟଣା ଦେଶ ବିଦେଶରେ ଖବରର ଶିରୋନାମା କମ ବେଶୀ ରାଜ୍ୟ ତଥା ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଡିଣ୍ଡିମ ବାଜୁଛି, ଯାହାକୁ ସରକାରୀ ପଣତକାନିରେ ଢାଙ୍କିବାକୁ ପ୍ରୟାସ ଚଳାଇଥିଲେ ରାଜ୍ୟ ସରକାର, ତାଙ୍କ ମନ୍ତ୍ରୀ ତଥା ପ୍ରଶାସକଙ୍କର ଅଜବ ବୟାନ ସାଧାରଣ ଲୋକଙ୍କ ଚିନ୍ତାଧାରାକୁ ଭେଦି ପରିନଥିଲେ ମଧ୍ୟ ବୁଦ୍ଧିଜୀବୀ ମହଲରେ ବୟାନକୁ ତୀବ୍ର ନିନ୍ଦା କରାଯାଉଛି । ଏଥିରୁ ସ୍ପଷ୍ଟ ଯେ, ସରକାର ଥାଇ ଯେତେ ନ ଥାଇ ସେତେ, ଏବେ ନିଜ କଥା ନିଜେ ହିଁ ବୁଝିବାକୁ ହେବ, ସରକାର କେଉଁ କାମକୁ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।