ବଜ୍ରାଘାତ ନେଲା ବାପ ପୁଅଙ୍କ ଜୀବନ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ବାପ ପୁଅଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ଗତ ବିଳମ୍ବିତ ରାତିରେ ବାଲୁଗାଁ ଏନ.ଏ.ସି.ଶାନ୍ତିନଗରର ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ଚିଲିକା ମଝିରେ ମାଛ ମାରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ସକାଳେ ପରିବାରବର୍ଗ ଖବର ପାଇ ଉଭୟଙ୍କ ମୃତଦେହ ଚିଲିକାରୁ ଉଦ୍ଧାର କରିଥିଲେ । ପରେ ଖବର ପାଇ ପୋଲିସ ସେଠାରୁ ଶବ ଜବତ କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ବ୍ୟବଚ୍ଛେଦ ପାଇଁ।

Leave a Reply

Your email address will not be published. Required fields are marked *