ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

କୋରାପୁଟ ସ୍ଥାନୀୟ ସଦଭାବନା ସଭାଗୃହ ସ୍ଥିତ ମିନି ସମ୍ମିଳନୀ କକ୍ଷରେ କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଏବଂ ଇକ୍ରିସେଟ (ଆଇ କେ ଆର୍ ଆଇ ଏସ ଏ ଟି) ର ମିଳିତ ଆନୁକୁଲ୍ୟରେ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ସ୍ଥାପନା ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା ଅଧ୍ୟକ୍ଷତା କରି ଶିବିରରେ ଯୋଗଦେଇଥିବା ସମସ୍ତ ଚାଷୀ ମାନଙ୍କୁ ସ୍ଵାଗତ କରିବା ସହ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହରେ ଚାଷୀମାନେ ନିଜ ଉତ୍ପାଦିତ ପରିବାକୁ ସଂରକ୍ଷଣ କରି କିଭଳି ଅଭାବି ବିକ୍ରୀର ଶିକାର ନହୋଇ ଉପଯୁକ୍ତ ଦର ପାଇ ବିକ୍ରି କରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଚାଷୀ

ମାନଙ୍କୁ ସଚେତନ କରିଥିଲେ। ଓଡ଼ିଶା କୃଷି ବିପଣନ ପରିଷଦ ଭୁବନେଶ୍ୱର ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଦିଗରେ କଣ ସବୁ ପଦକ୍ଷେପ ନେଉଛି ସେ ସମ୍ପର୍କରେ ଆଇ କେ ଆର୍ ଆଇ ଏସ ଏ ଟିର ବୈଜ୍ଞାନିକ ଡ଼, ଶାଶ୍ଵତ କୁମାର ପାଣି ଓ ଲକ୍ଷ୍ମୀକାନ୍ତ ଜି ଚାଷୀ ମାନଙ୍କୁ ଅବଗତ କରିଥିଲେ। କୋରାପୁଟ ଜିଲ୍ଲାର ବୃହତ୍ତମ ପରିବା ହାଟ କୁନ୍ଦୁଲି ଠାରେ ଏକ ପେକିଂ ଗୃହ ସ୍ଥାପନା କରାଯିବ ବୋଲି ସୂଚନା ଦିଆ ଯାଇଥିଲା । ସଚେତନତା ଶିବିରରେ କୋରାପୁଟ ଉପଖଣ୍ଡର ୭ ଗୋଟି ଏ ଫ୍ ଓ ର ସିଇଓ ଏବଂ ଚାଷୀ ମାନେ ବୈଠକରେ ଯୋଗ ଦେଇ ଆର୍ ଏମ ସି ଗ୍ରହଣ କରୁଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁ ସଚେତନତା ଶିବିର ପରିଚାଳନା କରିଥିବାବେଳେ ଶେଷରେ ମଣ୍ଡି ଆନାଲିଶିଷ୍ଟ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ ଏମ ସି କର୍ମଚାରୀ ଉପେନ୍ଦ୍ର ମହାନ୍ତି, ଅଜୟ ସେଠୀ, ପ୍ରଫୁଲ୍ଲ ଦେବତା, ବିନୋଦ ପଟ୍ଟନାୟକ, ଭରତ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲ.

Leave a Reply

Your email address will not be published. Required fields are marked *