ଫାଇନାନ୍ସ ସଂସ୍ଥା କର୍ମଚାରୀ ଲୋନ ଆଦାୟ ଟଙ୍କା ନେଇ ଫେରାର

କେନ୍ଦୁଝର : ଘରୋଇ ଫାଇନାନ୍ସ ସଂସ୍ଥା କର୍ମଚାରୀ ବିଭିନ୍ନ ଗାଁରୁ ଲକ୍ଷାଧିକ ଲୋନ ଆଦାୟ ଟଙ୍କା ଧରି ଫେରାର ହୋଇଯିବା ପରେ ଚିନ୍ତାରେ ଲୋନ ନେଇଥିବା ମହିଳା। ଘଟଣାକୁ କେନ୍ଦ୍ରକରି ଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟରେ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ଘଷିପୁରା ମୁଖ୍ୟ ବଜାରରେ ଥିବା ମୁଥୁଟ ମାଇକ୍ରୋ ଫିନ କାର୍ଯ୍ୟାଳୟରେ ଲୋନ ନେଇଥିବା ମହିଳାଙ୍କ ଉତ୍ତେଜନା ଦେଖିବାକୁ ମିଳିଛି। ଲୋନ ଟଙ୍କାକୁ ସୁଧ ସହିତ ମହିଳା ମାନେ ପରିଶୋଧ କରିବା ପରେ ଟଙ୍କା ଧରି ଫାଇନାନ୍ସ କର୍ମଚାରୀ କେଉଁ ଆଡେ ଦୀର୍ଘ ଦିନ ଧରି ଫେରାର ହୋଇ ଯାଇଛନ୍ତି। ଏପଟେ ଲୋନ କରିଥିବା ମହିଳା ମାନେ ନିଜ ଟଙ୍କା ସୁଝି ସାରିଥିଲେ ମଧ୍ୟ ଫାଇନାନ୍ସ କମ୍ପାନୀ ସେମାନଙ୍କୁ ଆଉଥରେ ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି। ସେମାନଙ୍କ ସିବିଲ ସ୍କୋର ଖରାପ ହେଇଯାଇଥିବାରୁ ଅନ୍ୟ କେଉଁଠୁ ଲୋନ ଉଠାଇବାକୁ ମଧ୍ୟ ସେମାନେ ଯୋଗ୍ୟ ହେଉନାହାନ୍ତି। ଘଟଣାକୁ ନେଇ ଫାଇନାନ୍ସ କମ୍ପାନୀର ପରିଚାଳକଙ୍କ କହିବା କଥା ଫେରାର କର୍ମଚାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନିଆଯାଇଛି। ଫଇସଲା ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ।

Leave a Reply

Your email address will not be published. Required fields are marked *