
ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି କିଛି ଡକାୟତ | ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରି କରିବାରେ ସଫଳତା ହୋଇଛି ପୋଲିସ | ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ମିଶନ ସ୍କୁଲ ହତାରେ ୮ ଜଣ ଯୁବକ ବସି କୌଣସି ଯୋଜନା କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୋଲିସ ଖବର ପାଇ ମିଶନ ହତାରେ ପହଞ୍ଚି ଚାରିପଟୁ ଘେରି ଅତର୍କିତ ଭାବେ ଚଢ଼ାଉ କରିବା ସମୟରେ ସେମାନଙ୍କ ମଧ୍ୟରୁ କେତେ ଜଣ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ୮ ଜଣଙ୍କୁ କାବୁ କାରିବାରେ ସଫଳ ହୋଇଥିଲା |

ସେମାନଙ୍କ ମଧ୍ୟରେ ଲେଖୁଆ ପଡାର ଶିବ କଂସାରୀଙ୍କ ପୁଅ ବିଶାଲ କଂସାରୀ (୨୩)ସରୋଜ ଲହରୀଙ୍କ ପୁଅ ମୁକେଶ ଲହରୀ (୨୨) ମିଶନ ହତାର ମହମ୍ମଦ ନଉସାଦଙ୍କ ପୁଅ ମହମ୍ମଦ ଗୋଲଡ଼ାନ (୨୬) ଇସଲାମ ଛକର ସରୱାରଙ୍କ ପୁଅ ଏମ ଡି ରୋହନ (୨୬) ଇଦିଗା ମହାଲାର ଏମଡି ଇମ୍ରାନ ଅନସାରୀଙ୍କ ପୁଅ ଏମ ଡି ରୁସ୍ତମ (୨୩) ବଗିଚାପଡ଼ାର ଜୀବନ ଶାହାଙ୍କ ପୁଅ ବିଶାଲ ଶାହା(୨୨) ମଦନ ସାହୁଙ୍କ ପୁଅ ଶୁଭମ ସାହୁ (୨୬) ତାଲକି ପଡାର ବସନ୍ତ ସିଂଙ୍କ ପୁଅ ରଘୁବୀର ସିଂ(୨୩) ପ୍ରମୁଖଙ୍କ ଠାରୁ ପୋଲିଶ ୪ ଟି ଗାମୁଛା, ୪ ଟି ମାସ୍କ, ୨ ଟି ଛୋଟ ଚାକୁ, ଗୋଟିଏ ଭୁଜାଲି, ଦୁଇଟି ମରିଚଗୁଣ୍ଡ ପ୍ୟାକେଟ, ଗୋଟିଏ ସୋଲାର ଟେପ୍ ଜବତ କରିଥିବା ଜଣାପଡିଛି |

ସେମାନଙ୍କୁ ଥାନାକୁ ଆଣି ପ୍ରାଥମିକ ତଦନ୍ତ କରିବା ପରେ ସେମାନେ ସୁନା ଦୋକାନ ଏବଂ ବଡ଼ ବଡ ବ୍ୟବସାୟୀଙ୍କ ଘରେ ପଶି ଡକାୟତି କରିବା ପାଇଁ ଏକାଠି ହୋଇ ଯୋଜନା କରୁଥିବା ସ୍ୱୀକାର କରିଥିଲେ | ପୋଲିସ ଆଜି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |