ପ୍ଲଟ କିଣିବିକାରେ ଠକେଇକୁ ଲାଗିବ ରୋକ , QR କୋଡ଼ ସହ ଆସୁଛି ନୂଆ ଜମି ପଟ୍ଟା

ଜମି କିଣାବିକାରେ ଠକେଇ ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷପ | ଆସୁଛି ନୂଆ ପ୍ରଣାଳୀର ଜମି ପଟ୍ଟା , ଯେଉଁଥିରେ ଲଗାଯାଇଥିବା QR କୋଡା | ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ |

ମନ୍ତ୍ରୀଙ୍କ କହିବା ଅନୁଯାୟୀ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏହି ନୂଆ ପଟ୍ଟା ବ୍ୟବସ୍ତା ଆରମ୍ଭ କରାଯିବ | ପଟ୍ଟରେ ଥିବା QR କୋଡକୁ ସ୍କାନ କଲେ ଜମିର ସମ୍ପୂର୍ଣ୍ଣ ବିବରଣୀ ମାଲିକଙ୍କ ନାମ,ଖାତିଆନ, ପ୍ଲଟ ନମ୍ବର,ଏରିଆ ଓ ଅନ୍ୟାନ୍ୟ ଆଇନଗତ ତଥ୍ୟ ତୁରନ୍ତ ମିଳିଯିବ |ଏହା ଦ୍ୱାରା ମିଛ ତଥ୍ୟ ଦେଇ ଠକେଇ ପାରିବେ ନାହିଁ କେହି | କୌଣସି ଅନିୟମିତତା କିମ୍ବା ଠକାମିର ଚେଷ୍ଟା କରିଲେ ସିଷ୍ଟମ ମାଧ୍ୟମରେ ସିଧାସଳଖ ତହସିଲଦାର ଓ ଆରଆଇଙ୍କୁ ଖବର ମିଳିଯିବ|

ରିଅଲ ଏଷ୍ଟେଟ୍ କ୍ଷେତ୍ରରେ ବଢ଼ୁଥିବା ଠକେଇ ଘଟଣାକୁ ଦୃଷ୍ଟିରେର ରଖି ସରକାର ଏହି ପଦକ୍ଷପ ନେଇଛନ୍ତି | ଜମି କିଣୁଥିବା ଲୋକ ମାନେ ସୁରକ୍ଷିତ ଭାବେ ଲେନଦେନ କରିପାରିବେ | ନୂଆ ପଟ୍ଟା ପ୍ରଣାଳୀ ଲାଗୁ ହେଲେ ଜମି ବ୍ୟବସ୍ଥାପନାରେ ଏକ ବଡ଼ ପରିବର୍ତ୍ତନ ଆସିବା ସହ ଠକେଇ ଘଟଣାରେ ମଧ୍ୟ ଦୃଷ୍ଟିଗୋଚର କମିବା ଆଶା କରାଯାଉଛି।