ବିହାରର ବୈଶାଳୀ ଜିଲ୍ଲାର ହାଜିପୁରନଗର ଥାନା ଅଧୀନରେ ଥିବା ସଦର ଡାକ୍ତରଖାନାର ପ୍ରସୂତି ବିଭାଗରେ ଗତ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ହେତୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସଦର ଡାକ୍ତରଖାନାରେ ଅଗ୍ନିକାଣ୍ଡ ପରେ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ପ୍ରସୂତି ଓ ତାଙ୍କ ପରିବାର ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ଯିଏ ଯେଉଁଆଡେ ପାଇଲେ ନବଜାତକୁ ଧରି ଦୌଡ଼ିଥିଲେ। ଏଥିସହିତ ପ୍ରସୂତିମାନେ ବି ଏହି ଅଗ୍ନିକାଣ୍ଡରେ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ବିଛଣାରେ ସାଲାଏନ କାଢ଼ି ଅସ୍ତ୍ରୋପଚାର ପେଟରେ ନବଜାତକୁ ଧରି ଦୌଡ଼ିଥିଲେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାକୁ କିଛି କ୍ଷତି ହୋଇ ନଥିବା ସୂଚନା ରହିଛି। କିନ୍ତୁ ଏଥିରେ ହସ୍ପିଟାଲର ଅନେକ ଜିନିଷ ନଷ୍ଟ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ କି, କିଛିଦିନ ତଳେ ହାଜିପୁରରେ ଥିବା ସଦର ହସ୍ପିଟାଲରରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କାହାରିକୁ କିଛି କ୍ଷତି ପହଞ୍ଚି ନଥିବା ବେଳେ ଘଟଣାକୁ ନେଇ କିନ୍ତୁ ବିଜୁଳି ବିଭାଗ ଓ ହସ୍ପିଟାଲ ପ୍ରଶାସନ ସଜାଗ ହୋଇ ନଥିଲେ। ଯେଉଁ କାରଣରୁ ପୁଣିଥରେ ହସ୍ପିଟାଲରେ ସର୍ଟ ସର୍କିଟ ହେତୁ ଏଭଳି ଅଗ୍ନିକାଣ୍ଡ ଘଟିଛି।