ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ

ରାସ୍ତା ନିର୍ମାଣ ପାଇଁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ରାଜନେତା ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ। ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତ ର କର୍ଡାପଙ୍ଗା , ଢେପାଗୁଡି ଓ ପାତାରାଡି ଏଭଳି ଅନେକ ଗାଁ ଗୁଡିକୁ ସଂଯୋଗ ହୋଇଥିବା ରାସ୍ତା ନିର୍ମାଣ ଫେଲ୍ ମାରିଥିବା ଦେଖିବାକୁ ମିଳୁଛି।

ଏହିଭଳି କାର୍ଯ୍ୟକାରୀ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ଥିବା ରୁ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା ନିର୍ମାଣ କିମ୍ବା ମରାମତି ପାରିଲା ନାହିଁ ଯାହାରି ଫଳରେ ଅଞ୍ଚଳ ବାସୀ ନାହିଁ ନଥିବା ଦୁର୍ଦ୍ଦଶାରୁ ଅସୁବିଧା ସମୁଖୀନ ହେଉଥିବା ଅଭିଯୋଗ ହେଇଛି। ସରକାରଙ୍କ ମାଳ ମାଳ ଯୋଜନା ଲୋକ ଙ୍କ ପାଇଁ ନା ଠିକାଦାର ପ୍ରଶାସନ ପାଇଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ଦିଗରେ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଠିକ୍ ଭାବରେ ହେଇନଥିବା ମଧ୍ୟ ଅଭିଯୋଗ ହେଉଛି।

ଏଣୁ ବାଧ୍ୟ ହୋଇ ଗ୍ରାମ ବାସୀ ଏକ ତ୍ରୀତ ହୋଇ କାଠ ପୋଲ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ରାୟଗଡ଼ା ଜିଲ୍ଲା ର କାର୍ଡାପଙ୍ଗା ଗ୍ରାମ କୁ ଯିବା ରାସ୍ତା। ଏହି କ୍ଷେତ୍ରରେ ଫୁଲବାଣୀ ଜିଲ୍ଲା କୋଟଗଡ଼ ବ୍ଳକ ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ଏନ୍ ହେଚ ରାସ୍ତା ଠାରୁ ପ୍ରାୟ ୧ କିମି ଦୂରରେ ଏହି ନାଳ । ସେହିପରି ଏନ୍ ହେଚ ରାସ୍ତା ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ଠାରୁ ପ୍ରାୟ ୭ ଖଣ୍ଡ ଗ୍ରାମ କୁ ସଂଯୋଗ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଗାଁ ଲୋକେ ଏକତ୍ର ହୋଇ ନିଜ ନିଜ ପଇସା ଚାନ୍ଦା ଆଦାୟ କରି ଟ୍ରାକ୍ଟର ସାହାଯ୍ୟ ରେ ବଡ଼ ବଡ଼ କାଠ କୁ ଟାଣି ପୋଲ ନିର୍ମାଣ ନିମନ୍ତେ ଅର୍ଥ ବ୍ୟୟ କରିଥିବା ମଧ୍ୟ କହିଛନ୍ତି।

ଏହି ରାସ୍ତା ନିର୍ମାଣ କରିବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପର୍ଯ୍ୟନ୍ତ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ପ୍ରଶାସନ କର୍ମଚାରୀ କିମ୍ବା ରାଜନେତା ମାନେ ମଧ୍ୟ ପ୍ରତିଶ୍ରୁତି ଦେଇ ଏହି ପର୍ଯ୍ୟନ୍ତ କୌଣସି ପ୍ରକାରେ କାମରେ କର୍ଣ୍ଣପାତ ନ କରିଥିବା ଅଭିଯୋଗ ହେଇଛି।

Leave a Reply

Your email address will not be published. Required fields are marked *