ପ୍ରମୋଦଙ୍କ ଏସିଆନ ପାରା ଗେମ୍ସର ସଫଳତାରେ ଉତ୍ସବମୁଖର ଜନ୍ମମାଟି

ଚୀନ୍‌‌ର ହାଙ୍ଗଝୋଉରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ଅଭିଜ୍ଞ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପ୍ରମୋଦ ଏକକ ଫାଇନାଲରେ ନିଜର ପ୍ରତିଦ୍ବନ୍ଦୀ ଭାରତୀୟ ଖେଳାଳୀ ନୀତେଶ କୁମାର ଙ୍କୁ ୨୨-୨୦, ୧୮-୨୧ ଓ ୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କ ବିଜୟକୁ ନେଇ ଉତ୍ସବ ମୁଖର ଜନ୍ମମାଟି ବରଗଡ ଜିଲ୍ଲା ଅତାବିରା। ସ୍ଥାନୀୟ ଅଗ୍ରସେନ୍ ଭବନ ଠାରେ ସ୍ଥାନୀୟ ଜନ ସାଧାରଣ ଓ ପ୍ରମୋଦଙ୍କ ସାଥୀ ଖେଳାଳି ଏବଂ ପ୍ରଶଂସକମାନେ ଏକତ୍ରିତ ହୋଇ ବାଜା ବଜାଇ ନାଚ ଗୀତ ସହ ଆତସବାଜିରେ ମାତି ଉଠିଥିଲେ। ପ୍ରମୋଦ ଭଗତ ହିପ ହିପ୍ ହୁରରେ ନାରାରେ ପ୍ରକମ୍ପିତ ହୋଇଥିଲା ଜନ୍ମ ମାଟି ଅତାବିରା। ଏଥିରେ ତିହାର ମହୋତ୍ସବ କମିଟି ପକ୍ଷରୁ ପ୍ରମୋଦଙ୍କୁ ଉତ୍ସାହିତ କରିବାକୁ ଏହି ଆୟୋଜନ ହୋଇଥିଲା। ପ୍ରମୋଦଙ୍କ ସଫଳତା ଗାଁ ସହ ସାରା ଦେଶକୁ ଗୌରବାନ୍ବିତ କରିଥିବା କହିଥିଲେ ଉପସ୍ଥିତ ଅତିଥିଗଣ।

ତେବେ ପୂର୍ବ ପାରା ବ୍ୟାଡମିଣ୍ଟନରେ ପ୍ରମୋଦଙ୍କୁ ମିଳିଥିବା ସଫଳତା ପାଇଁ ରାଜ୍ୟ ସରକାର ତାଙ୍କୁ ଏକ ଚାକିରି ଦେବାକୁ ଘୋଷଣା କରି ମଧ୍ୟ ଚାକିରି ଦେଇ ନ ଥିବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେଉଁଠି ଫାଇଲତଳେ ଚପିହୋଇଥିବା କୁହାଯାଉଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ମଧ୍ୟ ଯୋଗଦେଇ ପ୍ରମୋଦଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏଥିସହ ସରକାର ପ୍ରମୋଦଙ୍କୁ ଯଥାବିଧି ସହାୟତା ଯୋଗାଇବାକୁ ଦାବି କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *