ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟନାୟକଙ୍କୁ ଅସମାନ କରିଥିବାରୁ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ପ୍ରତିବାଦ କରାଯାଇଛି |

ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକ ଠାରୁ ରାଲି କରି ସହ ସହ ବିଜେଡି ନେତା ଓ କର୍ମୀ ମାନେ ଚାଲି ଚାଲି ଉପଜିଲ୍ଲାପାଳ କାର୍ଯାଳୟ ସମ୍ମୁଖ ରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ବିଜେଡି ନେତା ମାନେ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ |

ଏହି ପ୍ରତିବାଦ ରାଲିରେ ବିଜେଡିର ବରିଷ୍ଠ ନେତା ଈଶାନ ମିଶ୍ର, ମନୁ ଚୌଧୁରୀ, ସୁବାଷ ମଣ୍ଡଳ, ରାଇସେନ ମୁର୍ମୁ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିଷେକ ପଟନାୟକ, ଉପାଧ୍ୟାକ୍ଷା ମମିତା ଚୌଧୁରୀ, ବିଜେଡି ନାରୀ ନେତ୍ରୀ ତନୁଜ ମହାନ୍ତ ଏବଂ ଶତାଧିକ ବିଜେଡି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ |