ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କଲା ପାରାଦ୍ଵୀପ, ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ପାରାଦ୍ଵୀପ କେବେ ବି ଭୁଲିବନି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ। ତାଙ୍କର ସଙ୍କଳ୍ପ ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି ପାରାଦ୍ଵୀପ ଭାରତର ଏକ ନମ୍ବର ମେଜର ପୋର୍ଟ ର ମାନ୍ୟତା ହାସଲ କରିଛି। ସେହିପରି ଓଡ଼ିଶା ଓ ଓଡ଼ିଶାର ମହିଳା ମାନଙ୍କ ଙ୍କ ପାଇଁ ବିଜୁ ବାବୁ ଦେଖିଥିବା ସ୍ବପ୍ନ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ପୂରଣ କରିବାରେ ସଫଳ ହୋଇଛନ୍ତି।

୨୪ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ମା ମାନଙ୍କୁ ସ୍ବାବଲମ୍ବୀ କରିବାରେ ସଫଳ ହୋଇଛନ୍ତି। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଅବସରରେ ପାରାଦ୍ଵୀପ ବିଜୁ ଜନତା ଦଳ ଓ ବିଜୁ ପଟ୍ଟନାୟକ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ମତ ଦେଇଛନ୍ତି ବିଜୁ ପ୍ରେମୀ। ଦଳ ପକ୍ଷରୁ ସକାଳୁ ଅଠରବାଙ୍କି ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହିତ ମେଡିକାଲ ରେ ଫଳ ବଣ୍ଟନ, ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇଥିଲା।

ଏଥିରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ନଗର ବିଜେଡି ସଭାପତି କୁମରବର ନାୟକ , ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ମହିଳା ନେତ୍ରୀ ସବିତା ମହାପାତ୍ର ଙ୍କ ସମେତ ବହୁ ବିଜେଡି ନେତା ଓ ପାରିଷଦ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ର ୧୯ ଟି ଓ୍ବାର୍ଡ ର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।