ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ; ଗର୍ଜିଲା ଚାନ୍ଦବାଲି ବିଜେଡି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ ବିରୁଦ୍ଧରେ ସାରା ରାଜ୍ୟ ପରି ଚାନ୍ଦବାଲିରେ ବିଜେଡ଼ିର ରଣହୁଙ୍କାର ଦେଖିବାକୁ ମିଳିଛି | ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ |

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଳକ ସମ୍ମୁଖରେ ବିଜୁ ଜନତା ଦଳର ଶହ ଶହ ନେତା ଓ କର୍ମୀ ଯୋଗ ଦେଇ ଓଡ଼ିଶା ସରକାରଙ୍କ ହୀନ ରାଜନୀତିକୁ ସମାଲୋଚନା କରିଥିଲେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏପରି ନିଷ୍ପତ୍ତି ପ୍ରତ୍ୟାହାର ଜରିବାକୁ ଦାବି କରିଛନ୍ତି |