ପ୍ରଧାନଶିକ୍ଷକଙ୍କୁ କିଛି ଏଭଳି ଭାବେ ବିଦାୟ ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ଗାଁ ଦାଣ୍ଡରେ ଚାଲିଛି ବିରାଟ ଶୋଭାଯାତ୍ରା ବାଜା,ବାଣ, ରୋଷଣୀ ସାଙ୍ଗକୁ ନୃତ୍ୟରେ କମ୍ପୁଛି ପରିବେଶ । ଏହା କେଉଁ ବିବାହ କି ନିର୍ବାଚନର ଶୋଭାଯାତ୍ରା ନୁହେଁ । ନିଜର ବୃତ୍ତିଗତ ଜୀବନରୁ ଅବସର ନେଉଥିବା ଜଣେ ଶିକ୍ଷକଙ୍କ ବିଦାୟ କାଳୀନ ଶୋଭାଯାତ୍ରାର ଦୃଶ୍ୟ । ଦୀର୍ଘ ୧୩ ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷକ । ନିଜ ପ୍ରିୟ ସାରଙ୍କ ଅବସର ଦିନକୁ ସ୍ବତନ୍ତ୍ର କରିବାକୁ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ଦେଖିବାକୁ ମିଳିଛି ଏପରି ଆୟୋଜନ ।ଆଉ ଯାହାଙ୍କ ପାଇଁ ଏତେ ଆୟୋଜନ- ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ,ଚମ୍ପୁଆ ବ୍ଲକ ,ସୁନାପୋଷି ପଂଚାୟତ ଅନ୍ତର୍ଗତ ସରାସପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ ।

ଏଇ ମଣିଷ ତିଆରି କାରଖାନାର ସେ ହେଉଛନ୍ତି ମୁଖ୍ୟ ବିନ୍ଧାଣି ,ଏଇଠି ପିଲାଙ୍କ ଗହଣରେ କାଟି ଦେଇଛନ୍ତି ଅଧା ସମୟ ।ଦୀର୍ଘ ବର୍ଷର ଶିକ୍ଷକତା ପରେ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଆଦର୍ଶ ଶିକ୍ଷକ ସେଥିପାଇଁ କେବଳ ଛାତ୍ରଛାତ୍ରୀ କାହିଁକି, ରମେଶ ସାରଙ୍କ ବିଦାୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ସରାସପଶି ଗ୍ରାମବାସୀ । ଏବଂ ପିଲାମାନଙ୍କ ଭଲପାଇବା ଦେଖି ସାରବି ଭାବ ବିହ୍ଵଳ ହେଇପଡିଥିଲେ । ଏବଂ ସେ କହିଥିଲେ ମୁଁ ଘରୁ ଆସିବା ବେଳେ ମତେ ଦୁଃଖ ଲାଗିଥିଲା ହେଲେ ଏବେ ପିଲାଙ୍କ ଭଲ ପାଇବା ଦେଖି ମୁଁ ଆତ୍ମହରା ।

Leave a Reply

Your email address will not be published. Required fields are marked *