ପ୍ରଜାପିତା ବ୍ରହ୍ମକୁମାରୀରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ

ପାରାଦୀପରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରିଚାଳିକା ଭଉଣୀ ସୁମନ ରକ୍ଷାବନ୍ଧନର ମହତ କଣ କାହିଁକି ରାକ୍ଷୀ ବନ୍ଧାଯାଏ ଏବଂ ପ୍ରକୃତ ରାକ୍ଷୀ କଣ ସେ ବିଷୟରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ରକ୍ଷା ବନ୍ଧନର ଉଦ୍ଦେଶ୍ୟ ହେଲା ଖରାପ ଜିନିଷ ଛାଡିବା ଓ ଭଲ ଜିନିଷ ଗ୍ରହଣ କରିବା ଏବଂ ଭଗବାନଙ୍କୁ ସ୍ମରଣ କରିବା ।

ବର୍ତମାନ ସମାଜରେ ନାରୀ ମାନଙ୍କୁ ସମ୍ମାନ ଦେବା ସେମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ସହିତ ଜଣେ ରିକ୍ସାଚାଳକ ହେଉ କିମ୍ବା ଅନାଥ ପିଲା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସେମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ସହିତ ମିଠା ମିଠା କଥା କହିବା ଭଳି କାର୍ଯ୍ୟକ୍ରମ ୫ ଦିନ ହେବ ପାରାଦୀପରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଛି ବୋଲି ମୁଖ୍ୟ ପରିଚାଳିକା ପ୍ରକାଶ କରିଥିଲେ । ତେବେ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଭଉଣୀ ସୁମନ ଏବଂ ଅନ୍ୟ ଭଉଣୀମାନେ ରାକ୍ଷୀ ବାନ୍ଧିଥିଲେ |