ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର ଟମକା ଥାନା ଅନ୍ତର୍ଗତ ମାଣତିରୀ ରାସ୍ତାର ଗୋହିରି ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର | ବ୍ୟକ୍ତି ଜଣଙ୍କ ନନ୍ଦିପଦା ଥାନା ଅନ୍ତର୍ଗତ ବଡ଼ରାମ୍ପସ ଗ୍ରାମର ରାଜନ ସେଠୀ ବୋଲି ସୂଚନା |

ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି | ପୋଲିସ ଶବ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ନିମନ୍ତେ ଭର୍ତ୍ତି କରିଛି | ଏପଟେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏକ ଲିଖିତ ହତ୍ୟା ଅଭିଯୋଗ ଆଣିଛନ୍ତି | ସୂଚନା ଅନୁସାରେ, ଟମକା ଥାନା ଅଞ୍ଚଳରେ ଏକ ଯୁବତୀ ସହିତ ପ୍ରେମ ସମ୍ପର୍କ ଥିଲା ଓ ଘରେ କୌଣସି ଏକ କାର୍ଯ୍ୟ କରିବା ନେଇ ଘରୁ କହିକି ଆସିଲେ ବୋଲି ରାଜନର ବାପା ଓ ସମ୍ପର୍କୀୟ କହିଛନ୍ତି | ଏପଟେ ଲିଖିତ ଅଭିଯୋଗ ପାଇଁ ପୋଲିସ ତଦନ୍ତ ଜାରି ରଖିଛି |