ପୋଖରୀ ରେ ବୁଡି ନାବାଳକ ମୃତ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁରେ ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ ହୋଇଛି । ଗାଁର ନାଉରୀ ମୁଣ୍ଡା ଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ ସାଙ୍ଗ ମାନଙ୍କ ସହିତ ପୋଖରୀ କୁ ଯାଇଥିବା ସମୟରେ ସେଠାରେ ବୁଡି ଯାଇଥିଲା ।

ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା ସ୍ତ୍ରୀ ଓ ମା ସ୍ଥାନୀୟ ହାଟ କୁ ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଆଦିତ୍ୟ କୁ ଗାଁ ପୋଖରୀ ରୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।