
ପାଣି ଭିତରେ ଛକି ବସିଥିଲା ମୃତ୍ୟୁ । ପୋଖରୀକୁ ଗାଧୋଇବାକୁ ଆସି ଆଉ ଫେରିଲେନି । ଗାଧୋଇବା ବେଳେ ପୋଖରୀରେ ବୁଡି ଜଣେ ମୃତ୍ଯୁ । ଘଷିପୁରା ଥାନା ଶୈଲଙ୍ଗ ଗାଁ ରେ ଘଟିଛି ଏଭଳି ଏକ ଅଘଟଣ। ସୂଚନା ଅନୁସାରେ ଶୈଲଙ୍ଗ ଗାଁର ଅକ୍ଷୟ କୁମାର ସା ନାମକ ଜଣେ ଯୁବକ ଘରପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଦୁଃଭାଗ୍ୟବଶତଃ ସେ ପାଣିର ବୁଡିଯାଇଥିଲେ । ସେ ବହୁ ସମୟ ଧରି ଘରକୁ ନ ଫେରିବାରୁ ଘରଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ । ପରେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଘର ଲୋକ ଦେଖିବାକୁ ପାଇଲେ ।