କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଦୁଃଖଦ ଘଟଣା ଘଟିଛି I ପୋଖରୀରେ ଗାଧେଇବା ସମୟରେ ପୋଖରୀରେ ବୁଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣକ ହେଲେ ସିମନବାଡ଼ି ଗ୍ରାମ କୁମ୍ଭାରସାହି ର ଯସବନ୍ତ ନାୟକ l ସୂଚନା ମୁତାବକ, ଯସବନ୍ତ ସକାଳୁ ଘରୁ ବାହାରି ବଜାର କୁ ଆସି ଦିନ ମଜୁରିଆ ଭାବେ କାମ କରୁଥିଲେ | କିନ୍ତୁ ସେ ଗତକାଲି ରାତିରେ ଘରକୁ ମଧ୍ୟ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନଥିଲେ |

ପରେ କିଛି ଲୋକ ଗାଁ ରେ ଥିବା ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ | ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପୋଖରୀରେ ସନ୍ଧାନ କରିଥିଲେ ମଧ୍ୟ ପୋଖରୀରେ ୧୨ରୁ ୧୫ଫୁଟ ପାଣି ଥିବାରୁ ଓ ଅନ୍ଧାର ଯୋଗୁଁ କିଛି ଖୋଜ ଖବର ମିଳିନଥିଲା | ଆଜି ସକାଳୁ ପୋଖରୀ କୁଳରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୁଣି ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଦାରିଙ୍ଗବାଡ଼ି ଥାନା ପୋଲିସ ଙ୍କ ଉପସ୍ଥିତିରେ ମୃତଦେହକୁ ପୋଖରୀ ରୁ ଉଦ୍ଧାର କରାଯାଇଛି l