ପୋଖରୀରେ ଗୋଧେଇବାକୁ ଯାଇ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ପୋଖରୀରେ ଗାଧେଇବାକୁ ଯାଇ ଚାଲିଗଲା ୨ ନାବାଳିକାଙ୍କ ଜୀବନ । ବାଲେଶ୍ବର ସଦର ବ୍ଲକ ଓଡ଼ଙ୍ଗିରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତକ ଦୁହେଁ ଦୁଇ ସାଙ୍ଗ ହୋଇଥିବା ବେଳେ ଜଣ ହେଲେ ସନ୍ତୋଷ ଦାସଙ୍କ ୧୨ ବର୍ଷିୟା ଝିଅ ତଣୁସରି ଦାସ ଏବଂ ଅନ୍ୟ ଜଣେ ବିଶ୍ୱଜିତ ଦାସଙ୍କ ୧୦ ବର୍ଷିୟା ଝିଅ ତାପସ୍ୱିନୀ ।

ଦୁଇ ସାଙ୍ଗ ସକାଳେ ସ୍କୁଲ ଯିବା ପାଇଁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗୋଡ଼ ଖସିଯିବାରୁ ଉଭୟେ ବୁଡିଯାଇଥିଲେ । ପୋଖରୀ ପାଖରେ ଥିବା ଗାଁ ଲୋକେ କୌଣସି ମତେ ଖବର ପାଇ ଅନେକ ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲେ ସୁଦ୍ଧା ଡାକ୍ତର ଉଭୟେଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଡାକ୍ତରଖାନା ପରିସରରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *