
ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଚାରି ନମ୍ବର ୱାର୍ଡର ରାଇପୁର ଗାଁରେ ଗତକାଲି ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଅଢେଇ ବର୍ଷର ଶିଶୁପୁତ୍ରର ମୃତଦେହକୁ ଆଜି ପୋଖରୀରୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଅଗ୍ନିଶମ ବାହିନୀ ଘର ପାଖରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ପରିଷ୍କାର କରି ଖୋଜାଖୋଜି କରିବା ବେଳେ ଶିଶୁପୁତ୍ରର ମୃତଦେହ ପାଇଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ସୁଟନା ଅନୁଯୟାୀ ଗତକାଲି ରାଇପୁର ଗ୍ରାମର ମୋହନ ସାହୁ ଙ୍କ ଅଢେଇ ବର୍ଷ ର ପୁଅ ଶୁଭମ ସାହୁ ଘର ପାଖରେ ଖେଳୁ ଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଓ ଗ୍ରାମର ବାସୀ ବିଭିନ୍ନସ୍ଥାନ ଖୋଜି ନିରାଶ ହୋଇଥିଲେ । ପରେ ସୋର ପୋଲିସ, ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଂଚି ଘର ପାଖା ପାଖି ଥିବା ଗଢିଆ, ପୋଖରୀ ରେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତା ମିଳିନଥିଲା । ତେବେ ଆଜି ସକାଳେ ଅଗ୍ନିଶମ ବାହିନୀ ସାହାର୍ଯ୍ୟରେ ପୋଖରୀରୁ ପାଣି ସୁଖା ଯାଉଥିବା ବେଳେ ଶିଶୁ ପୁତ୍ରଟି ର ମୃତ ଦେହ ଉଦ୍ଧାର କରାଯାଇଛି ।
Thanks for sharing. I read many of your blog posts, cool, your blog is very good. https://accounts.binance.com/en-ZA/register?ref=JHQQKNKN