ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର

କୂଅ ଭିତରୁ ଉଦ୍ଧାର ହେଲା ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କର ଚୌକିଦାର ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ନିରଞ୍ଜନ ବଉଳା ଫାଣ୍ଡିର ଚୌକିଦାର ଥିବା ବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ ପଂଚାୟତର ସରପଞ୍ଚ ଥିଲେ । ମଙ୍ଗଳବାର ରାତିରୁ ଉଭୟଙ୍କୁ କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।

ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ଉଭୟ ମୟୂରନଚା ଗାଁରେ ରହୁଥିଲେ । ବୁଧବାର ଗାଁ ଲୋକ ତାଙ୍କ ଘରକୁ ଯାଇଥିବା ବେଳେ ଘରେ କେହି ନଥିଲେ । ଗ୍ରାମରକ୍ଷୀଙ୍କୁ ଡାକ ପକାଇଥିଲେ ବି କେହି ନଶୁଣିବାରୁ ଗେଟ ଖୋଲି ବାଡି ଭିତରକୁ ପଶିଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବା ଦେଖିବା ସହିତ କୂଅରେ ରମ୍ଭା ପାତ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ସୋସୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଆଜି ସକାଳୁ ପୋଲିସ ଶବ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *