ପୂର୍ବତନ ବିଜେପି ମନ୍ତ୍ରୀ କବିନ୍ଦ୍ର ପୁରକାୟସ୍ଥଙ୍କ ପରଲୋକ !

ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ କବିନ୍ଦ୍ର ପୁରକାୟସ୍ଥଙ୍କ ବୁଧବାର ଦିନ ସିଚାର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୯୫ ବୟସରେ ମୃତ୍ୟ ହୋଇଛି | ସେ ତିନି ଥର ସଂସଦ ଭାବେ କାର୍ଯ୍ୟ କରୁଥିଲେ |ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ପୁରକାୟସ୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ | ୨୦୨୪ ମସିହାରେ ସେ ଆସାମ ବିଶ୍ୱବିଦ୍ୟାଳୟରୁ ଡକ୍ଟରଟେ ଉପାଧି ପାଇଥିଲେ |
ସେ ସମାଜ ସେବା କରିବା ସହ , ଆସାମର ବିକାଶରେ ତାଙ୍କର ଗୁରୁତ୍ୱପୁନ୍ନ ଭୂମିକା ରହିଛି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି | ପ୍ରଧାନମନ୍ତ୍ରୀ ଗଣମାଧ୍ୟମରେ କବିନ୍ଦ୍ରଙ୍କ ଏକ ପୋଷ୍ଟ ସେୟାର କରି ଶୋକ ପ୍ରକାଶ କରିଛନ୍ତି |
ସେ ଆସାମରେ ବିଜେପି ର ମୂଳଦୁଆ ସଜାଡି ଥିଲେ | ୧୯୯୧ ରେ ମନ୍ତ୍ରୀ କବିନ୍ଦ୍ର ପ୍ରଥମେ ଲୋକସଭାରେ ସଦସ୍ୟ ହୋଇଥିଲେ | ତାହା ପରେ ପୁଣିଥରେ ୧୯୯୮ ରୁ ୨୦୦୯ ରେ ନିର୍ବାଚିତ ହୋଇଥିଲେ | ସାରା ରାଜ୍ୟରେ ଦଳକୁ ମଜଭୁତ କରିବାରେ ତାଙ୍କର ଅବଦାନ ବହୁତ | ଏହି ଦୁଃଖ ସମୟରେ ପରିବାର ସହ , ତାଙ୍କ ପ୍ରସଂଶଙ୍କମାନେ ବି ସମବେଦନା ଜଣାଇଛନ୍ତି |