ପୁଲିଙ୍ଗ ପଦର ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଳକ ପୁଲିଙ୍ଗ୍ ପଦର ଗାଁ ଠାରେ ଆଜି ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କର୍ଲାପାଟ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଜଳ, ଜମି, ଓ ଜଙ୍ଗଲ ସୁରକ୍ଷା ସକାଶେ ଅଣ୍ଟା ଭିଡିଥିଲେ। ବେଆଇନ ପ୍ରକିୟାରେ ନିଲାମ ହୋଇଥିବା ଖଣି ଲିଜ ବାତିଲ, ଏବଂ ଖଣ୍ଡୁଆଲ ମାଳି ଜନ ଆନ୍ଦୋଳନ ର କର୍ମି ମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମିଥ୍ୟା ମାମଲା ସହ ପ୍ରମୁଖ ଦାବି ନେଇ ସରକାର ଙ୍କୁ ବର୍ଷିଥିଲେ ଏଠାକାର ଅଞ୍ଚଳ ବାସୀ। ଏହି କାର୍ଯ୍ୟକ୍ରମ ରେ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା କମିଟିର ସଭାପତି କାର୍ତ୍ତିକ ମାଝୀ, ସଂପାଦକ, ବ୍ରିଟିଶ କୁମାର, ସିପିଆଇ ଏମ୍ ଏଲ ଲିବରେସନ ର ନେତା ବିର ବଜରଙ୍ଗ ନାଏକ, ଦୁର୍ଗା ମାଝୀ, ଚମ୍ପା ମାଝୀ, ଙ୍କ ସମେତ ପ୍ରମୁଖ ସଂଗ୍ରାମୀ ଉପସ୍ଥିତ ଥିଲେ।