
ପୁରୀ ନିଳାଦ୍ରୀ ସି ବିଚ୍ ଓ ବ୍ଲୁ ଫ୍ଲାଗ୍ ବିଚ୍ରେ ଗତ କିଛି ଦିନ ଧରି ଏକ ଅପୂର୍ବ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳୁଛି । ରାତି ସମୟରେ ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା ଦଳ ଦଳ ହୋଇ ସମୁଦ୍ର କୂଳକୁ ଆସୁଥିବାବେଳେ ସକାଳେ ସୂର୍ଯ୍ୟ ଉଦୟ ପରେ ଏକ ରୁ ଦୁଇ ଘଣ୍ଟା ମଧ୍ୟରେ ପୁଣି ସମୁଦ୍ର ଭିତରକୁ ଫେରିଯାଉଛନ୍ତି ।
ପୂର୍ବରୁ ପୁରୀ ବେଳାଭୂମୀରେ ଏଭଳି ଦୃଶ୍ୟ ଦୁର୍ଲଭ ଥିବାବେଳେ ଏବେ ଏତେ ବଡ଼ ସଂଖ୍ୟାରେ ଶାମୁକା ଦେଖାଯିବା ପର୍ଯ୍ୟଟକଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି । ଅନେକ ପର୍ଯ୍ୟଟକ ଏହି ଦୃଶ୍ୟକୁ ମୋବାଇଲ କ୍ୟାମର ମାଧ୍ୟମରେ ରେକଡ଼ କରୁଥିବା ଦେଖାଯାଇଛି ।
ତେବେ ଗଭୀର ସମୁଦ୍ର ଛାଡ଼ି ଏତେ ସଂଖ୍ୟାରେ ଶାମୁକା କୂଳକୁ ଆସିବା ପଛରେ ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ତାପମାତ୍ରାର ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି ପରିବେଶଗତ କାରଣ ରହିଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳି ନାହିଁ ।