ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ଜିଲ୍ଲା ପରିଷଦ ଗ୍ରାମର ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏକ ବଡ ଫୋରମ । ତେଣୁ ସଦସ୍ୟ ମାନଙ୍କ ମତାମତ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ପୁରୀ କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପୁରୀ ଜିଲ୍ଲାର ଅର୍ଥନୀତି କୃଷି ଉପରେ ନିର୍ଭର ଶୀଳ ଥିବା ବେଳେ ବନ୍ୟା ଓ ବାତ୍ୟା ସବୁଠାରୁ ବଡ ବିପର୍ଯ୍ୟୟ ।ସେହିପରି ପର୍ଯ୍ୟଟନ ଆମକୁ ଆଗକୁ ନେବ । ତେଣୁ ସମସ୍ତେ ଏକ ହୋଇ ତଳ ସ୍ତରରେ ଥିବା ସମସ୍ୟା କୁ ଦୂରେଇ ମୌଳିକ ସୁବିଧା ସୁଯୋଗ ଯୋଗାଇକୁ ପରାମର୍ଶ ଦେଇଥିଲେ । ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଜିଲ୍ଲା ପରିଷଦ ବୈଠକ କୁ ପ୍ରସ୍ତୁତ ହୋଇ ଆସିବା, ପୂର୍ବ ବୈଠକର ଆଲୋଚନା ଓ ପ୍ରସ୍ତାବ କୁ ରେ ସମାଧାନ ଅନୁସାରେ ବିବରଣୀ ରେ ସ୍ଥାନିତ କରିବା, ସମୟ ବଞ୍ଚାଇବା ପାଇଁ ପିପିଟି ମାଧ୍ୟମରେ ତଥ୍ୟ ରଖିବା ଓ ପାକିସ୍ତାନ ଉପରେ ସିନ୍ଦୂର ର ପରାକ୍ରମ ସମ୍ପର୍କରେ ତିନି ସେନାକୁ ସମସ୍ତ ସଦସ୍ୟ ଙ୍କ ସ୍ବାକ୍ଷର ସମ୍ବଳିତ ଧନ୍ୟବାଦ ପତ୍ର ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ।

ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଜନହିତ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ । ଶିକ୍ଷା ବିଭାଗ ,କୃଷି ବିଭାଗ,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ନିର୍ମାଣ,ଗ୍ରାମୀଣ ପାନୀୟ ଜଳଯୋଗାଣ,ଜଳ ସେଚନ,ଜଳ ନିଷ୍କାସନ,ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ବିଦ୍ୟୁତ ବିଭାଗ, ସମାଜ କଲ୍ୟାଣ ବିଭାଗ, ବିଭିନ୍ନ ଵିଭାଗର ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସିନ୍ଦୂର ଅପରେସନ ପାଇଁ ସେନାକୁ ଧନ୍ୟବାଦ ଜଣାଇ ପ୍ରତ୍ୟେକ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ।