ପୁରୀରେ ବାତ୍ୟାର ପ୍ରଭାବ

ପୁରୀରେ ବାତ୍ୟାର ପ୍ରଭାବ । ଲଗାଣ ବର୍ଷା ଓ ପବନରେ ପୁରୀର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡି ଥିବା ବେଳେ ଏଵେ ରାସ୍ତା ଉପରେ ନଡିଆ ଗଛ ପଡିଥିବା ଦେଖିବାକୁ ମିଳିଛି ।

ପୁରୀରେ ଆଜି ପବନର ବେଗ ବଢିଥିବାରୁ ଏହାର ପ୍ରଭାବରେ ବନମାଳୀପୁର ଅଞ୍ଚଳରେ ରାସ୍ତା ଉପରେ ଗୋଟିଏ ନଡିଆ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି କଟର୍ ମେସିନ୍ ସାହାଯ୍ୟରେ ଗଛକୁ କାଟି ରାସ୍ତା ସଫା କରିଥିଲେ । ତେବେ ବାତ୍ୟାର ପ୍ରତିଟି ପରିସ୍ଥିତିରେ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଟେଲିଫୋନ ଯୋଗେ ଅଧିକାରୀ ପ୍ରଭାତ ରାଉତ କହିଛନ୍ତି ।