ପୁଣି ଦନ୍ତା ନେଲା ଆଉ ଏକ ଜୀବନ

ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ବସଲା ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବସଲା ଗ୍ରାମର ଭାବଗ୍ରାହୀ ଜେନା (୫୬)। ଭାବଗ୍ରାହୀ ପାଖ ପଡିଆକୁ କୌଣସି କାର୍ଯ୍ୟ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଙ୍କ ଭିଡ଼ ଲାଗି ରହିଛି।

Leave a Reply

Your email address will not be published. Required fields are marked *