
ରାଜ୍ୟରେ ଅସୁରକ୍ଷିତ ମହିଳା … ଘରକୁ ଫେରିବା ବାଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ….ଓଡିଶାରେର ଢେଙ୍କାନାଳରେ ଟପିଗଲା ସବୁ ସୀମା …. ସବୁ ସୀମା ପାର କରି ଭିଅଉଛନ୍ତି ନାରକୀୟ କାଣ୍ଡ, ନା ଅଛି ପୋଲିସ ର ଭୟ, ନା ମାନୁଛନ୍ତି ଆଇନ କାନୁନ, ହଁ ଦର୍ଶକବନ୍ଧୁ.ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଘଟଣା।ଘରକୁ ଫେରିବା ବାଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।ପିଡିତା ଛାତ୍ରୀ ଜଣଙ୍କ ପାଟି କରି ଚିଲେଇବାରୁ ଘରୁ ଧାଇଁ ଆସିଥିଲେ ମାଆ। ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ତିନି ଜଣ।ଫାଣ୍ଡିରେ ଏତଲା ପରେ ସଦରଥାନ ପୋଲିସ ତିନିଜଣଙ୍କୁ ଅଟକ ରଖି ଛାନଭିନ ଆରମ୍ଭ କରିଛି।
ଛାତ୍ରୀଙ୍କୁ ଡାକ୍ତରୀମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।ଘଟଣାକୁ ଚପାଇ ଦେବାକୁ ପୋଲିସ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପିଡିତା ଛାତ୍ରୀ ଙ୍କ ମାଆ। ଏ ସମ୍ପର୍କରେ ପୋଲିସ୍ ର ପ୍ରତିକ୍ରିୟା ମିଳିପାରିନାହିଁ । ଢେଙ୍କାନାଳ ରେ ଦୁଇ ଟୀ ଘଟଣା ଘଟି ଲାଣି ଛାତ୍ରୀ ମାନଙ୍କ ସହ ଏଇଭଳି ଘଟଣା ନିନ୍ଦା କରୁଛନ୍ତି ସାଧାରଣ ଲୋକମାନେ