ପାରାଦୀପ ବନ୍ଦର ର ୫ ନମ୍ବର ଗେଟ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ । ଏମ ଭି ସାବରୀମଲାଇ ଜାହାଜରେ ଥିବା ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତ ଇଞ୍ଜିନିୟର ଉତ୍ତରପ୍ରଦେଶ ଲକ୍ଷ୍ନୋ ର ରାମ ଦୁଲାର ଯାଦବ ବୋଲି ସୂଚନା ମିଳିଛି । ମୃତ ଚିଫ୍ ଇଞ୍ଜିନିୟର ଆଜି ସକାଳେ ଜାହାଜ ଉପରେ ଥିବାବେଳେ କୌଣସି କାରଣରୁ ଅସୁସ୍ଥ ହୋଇ ପଡିଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ପାରାଦ୍ୱୀପ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜାହାଜଟି ହଳଦିଆ ପୋର୍ଟ ରୁ ପାରାଦୀପକୁ ଆସିଥିଲା ଓ ଏଠାରୁ ଭାଇଜାକ୍ ଯାଇଥାନ୍ତା ବୋଲି ଜଣାପଡିଛି ।
