ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନୈକ ଯୁବକ ବେକରେ ଦଉଡି ବାନ୍ଧି ଗଛରେ ଝୁଲୁଥିବା ପରିଲକ୍ଷିତ ହୋଇଛି । ମୃତକ ରାଜଗାଙ୍ଗପୁର ପୈ।ରାଞ୍ଚଳ ସଂଲଗ୍ନ ଟ୍ରାକ୍ସନ କଲୋନୀର ବାସିନ୍ଦା ଗୈାତମ ଯାଦବ ( ୩୫ ) ବୋଲି ଜଣାପଡ଼ିଛି । ତେବେ କେଉଁ କାରଣରୁ ଏକ ନିଛାଟିଆ ଜଙ୍ଗଲ ଭିତରେ ପ୍ରବେଶ କରି ଗଛରେ ରସି ବାନ୍ଧି ଆତ୍ମହତ୍ୟା ଭଳି ଏତେବଡ଼ ପଦକ୍ଷେପ ନେଲେ କାହିଁକି ? କେହି କୈାଣସି କାରଣରୁ ତାଙ୍କୁ ଅନ୍ୟତ୍ର ହତ୍ୟାକରି ଏଠାରେ ଆଣି ଝୁଲାଇ ଦେଇଥିବା ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ପୋଲିଶକୁ ଅବଗତ କରାଇଥିଲେ ହେଁ ବହୁ ବିଳମ୍ବ ପର୍ଯ୍ୟନ୍ତ ପୋଲିଶ ପହଞ୍ଚି ନ ଥିବା ନେଇ ଜନମଞ୍ଚ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଯାଞ୍ଚ କରିବା ସହ ଶବ ବ୍ୟବଚ୍ଛେଦ ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି । ତେବେ ଘଟଣା ବିଷୟରେ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ମୃତକ ଝାରବେଡା ଅଞ୍ଚଳରେ ଥିବା ଏକ ଘରୋଇ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ତିନୋଟି ନାବାଳକ ସନ୍ତାନ ଥିବା ଜଣାପଡିଛି । ଏହାର ସଠିକ ତଦନ୍ତ କରି ପରିବାର ବର୍ଗଙ୍କୁ ଉଚିତ ନ୍ୟାୟ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛି । ସକାଳୁ ଜଙ୍ଗଲକୁ କାଠ ଗୋଟାଇ ବାକୁ ଯାଇଥିବା ଲୋକେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କୁ ଦେଖି ଗ୍ରାମବାସୀଙ୍କୁ ସୂଚିତ କରିଥିଲେ ।