ପାରାଦ୍ୱୀପ ଗସ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

ଦିନିକିଆ ପାରାଦୀପ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ। ପ୍ରଥମେ ସେ ପାରାଦୀପ ସମୁଦ୍ର ବେଳାଭୂମିରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିବା ପରେ ପରିଷ୍କାର ପରିଚ୍ଛନ୍ନତା ନେଇ ସ୍ବଚ୍ଛତା ସାଥିଙ୍କୁ ପଚାରି ବୁଝିଥିଲେ।

ପରେ ପାରାଦୀପ ଗଡ ପଞ୍ଚାୟତରେ ପହଞ୍ଚି ସ୍ଵୟଂ ସହାୟକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଆସିଥିବା ଟଙ୍କା ସେମାନେ ପାଇଛନ୍ତି କି ନାହିଁ ପଚାରି ବୁଝିବା ସହିତ ସେ ଟଙ୍କାକୁ ନେଇ କୋଉ କୋଉ କାମରେ ବିନିଯୋଗ କରିଛନ୍ତି ସେ କଥା ମଧ୍ୟ ପଚାରି ବୁଝିଥିଲେ । ସେହିପରି ସାଧାରଣ ଲୋକଙ୍କ ରହିଯାଇଥିବା ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ।