ଗାଡ଼ିର ହେଲପର ମୃତ ଓ ଡ୍ରାଇଭର ଆହତ। ଦୀର୍ଘ ସମୟ ଧରି ଗାଡ଼ି ତଳେ ଚାପି ହୋଇ ରହିଲେ ହେଲପର। କୁଜଙ୍ଗ ବଜାର ନିକଟରେ ଘଟିଛି ଘଟଣା। ଟ୍ରକଟି ଓଲଟିବା ସହିତ କେନାଲ ପଟକୁ ଖସିପଡିଛି। କୁଜଙ୍ଗ ପୋଲିସ ପକ୍ଷରୁ ମୃତଦେହ ଜବତ କରାଯାଇଛି। ସୂଚନା ଅନୁସାରେ, ମଦ ବୋଝେଇ ଟ୍ରକ୍ ପାରାଦ୍ଵୀପ ଆସୁଥିବା ବେଳେ କୁଜଙ୍ଗ ବଜାର ଠାରୁ କିଛି ଦୂରରେ ଉକ୍ତ ଗାଡିକୁ ଏକ ବାଲି ବୋଝେଇ ହାଇଓ୍ବା ଗାଡ଼ି ଧକ୍କା ଦେଇଥିଲା।

ଫଳରେ ମଦ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ଏବଂ ବାମପଟେ ବସିଥିବା ମଦ ଗାଡ଼ିର ହେଲପର ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତଦେହ ଉଦ୍ଧାର କରିଛି ଏବଂ ଗାଡ଼ିରେ ଥିବା ମଦକୁ ମଧ୍ୟ ଜବତ କରାଯାଇଛି। ଆହତ ଡ୍ରାଇଭରକୁ କୁଜଙ୍ଗ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ମଦ ଗାଡ଼ିକୁ ଧକ୍କା ଦେଇ ଫେରାର ହୋଇଯାଇଥିବା ହାଇଓ୍ବା ଗାଡ଼ିକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।