ପାରାଦ୍ଵୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

ପାରାଦ୍ଵୀପ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପୌରପରିଷଦ ଅଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ଵାଳଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଠରବାଙ୍କି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପୌରପରିଷଦ ଅଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ଵାଳଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଠରବାଙ୍କି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏକ ସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ପରିଷଦ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା ଓ ପରିଷଦ ଯୋଗ ଦେଇଥିଲେ ।

ଓଡ଼ିଶାକୁ ସମୃଦ୍ଧି ପଥକୁ ଆଗେଇ ନେବାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ସେ ଦଳମତ ନିର୍ବିଶେଷରେ ରାଜନୀତି ଠାରୁ ବହୁ ଉର୍ଦ୍ଧ୍ୱରେ । କିନ୍ତୁ ଓଡ଼ିଶାର ଲୋକଙ୍କ ମନରୁ ବିଜୁ ପଟ୍ଟନାୟକଙ୍କୁ ହଟାଇବା ପାଇଁ ବର୍ତ୍ତମାନ ର ବିଜେପି ସରକାର ହୀନ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ଓଡ଼ିଶାର ସାଧାରଣ ଲୋକେ କେବେ ଗ୍ରହଣ କରିବେ ନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ମହିଳାମାନେ ଆଜି ଅସୁରକ୍ଷିତ ହୋଇପଡିଛନ୍ତି । ଯାହାର ବିରୋଧ କରିବ ବିଜେଡି , ରାଜ୍ୟ ସରକାରଙ୍କ ଅସଲ ଚେହେରା କୁ ଖୁବଶିଘ୍ର ସାଧାରଣ ଲୋକଙ୍କ ନିକଟରେ ବିଜେଡି ପହଞ୍ଚାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ନେତା ।