ପାରାଦ୍ଵୀପରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରାଦ୍ଵୀପ ଠାରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ମତ୍ସ୍ୟଜୀବୀ ଓ ମେରାଇନ ପୋଲିସ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଇଆଇସିଙ୍କ ନେତୃତ୍ବରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସମୁଦ୍ରରେ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀ ଓ ନେହେରୁବଙ୍ଗଳା ଅଞ୍ଚଳରେ ରହୁଥିବା ସେମାନଙ୍କ ପରିବାର ମଧ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇଥିଲା।

୪ ଟି ଟିମ୍ ଏହି ପ୍ରତିଯୋଗୀତାରେ ଭାଗନେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ସମୁଦ୍ର ଭିତରେ ୮ ରୁ ୧୨ ଦିନ ରହୁଥିବା ମତ୍ସ୍ୟଜୀବୀ ମାନଙ୍କର ସଙ୍ଘର୍ଷ ମୟ ଜୀବନ ଉପରେ ଆଲୋଚନା କରିବା ସହିତ ସମୁଦ୍ରରେ ମାଛ ଧରିବା ବେଳେ ଦେଶର ସୁରକ୍ଷା ପାଇଁ ସଚେତନ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ର ସଭାପତି ଶ୍ରୀକାନ୍ତ ପରିଡା,ନେହେରୁବଙ୍ଗଳା ପାରିଷଦଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗଦେଇ ଥିଲେ |