
ପାରାଦ୍ବୀପ ମହାବିଦ୍ୟାଳୟ ପରିସରରେ ଏନସିସି ନାଭଲ ଉଇଙ୍ଗ ପକ୍ଷରୁ ୯୪ ତମ ସହିଦ ଦିବସ ପାଳିତ ହୋଇଯାଇଛି। ଦେଶ ମାତୃକାର ସେବା ପାଇଁ ସହିଦ ହୋଇଥିବା ଭଗତ ସିଂ, ରାଜଗୁରୁ ଓ ସୁଖଦେବ ଇଂରେଜଙ୍କ ବଳୀରେ ଶହୀଦ ହୋଇଥିଲେ | ଏହି ଅମର ଦେଶପ୍ରେମୀଙ୍କୁ ମନେ ପକାଇବା ପାଇଁ ଦୀର୍ଘ ୯୪ ବର୍ଷ ଧରି ଶ୍ରଦ୍ଧାଞ୍ଜଳୀ ଦେଇଆସୁଛନ୍ତି ଭାରତବାସୀ। ଭାରତକୁ ସ୍ଵାଧୀନତା ଦେବାରେ ଏହି ୩ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ଥିଲା ଅତି ଗୁରୁତ୍ୱପୁର୍ଣ୍ଣ । ସେଥିପାଇଁ ସେମାନଙ୍କୁ ଅତି ନିର୍ମମ ଭାବରେ ଇଂରେଜ ସରକାର ଲାହୋରଠାରେ ଫାଶି ଖୁଣ୍ଟରେ ଝୁଲାଇ ଥିଲେ । ସହିଦ ଦିବସ ଅବସରରେ ଅତିଥି ମାନେ ସେହି ମହାନ ଆତ୍ମାଙ୍କର ସ୍ମୃତି ଚାରଣ କରିଥିଲେ।

ସେହିପରି ଦେଶର ଗର୍ବ ପାଇଁ ଶତ୍ରୁ ପାଖରେ ମୁଣ୍ଡ ନ ନୁଆଁଇ ଦେଶର ଧ୍ଵଜାକୁ କିପରି ଉପରକୁ ନିଆଯିବ ସେଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବା ପାଇଁ ଅତିଥି ମାନେ ନିଜ ନିଜ ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାରାଦୀପ ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧି, କ୍ୟାପେଟେନ ଏସ.ପି ପାଣୀଗ୍ରାହି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁସ୍ମିତା ଶତପଥି ଯୋଗଦେଇ ସହିଦଙ୍କ ଫଟୋରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।