
ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ପାରାଦ୍ଵୀପ ରେ ଅଟକ ଥିବା ଏମ୍ ଭି ଦେବୀ ପାନାମା ଜାହାଜ ର ସମସ୍ତ ୨୧ କ୍ରୁ ସଦସ୍ୟଙ୍କୁ ମିଳିଛି ମୁକ୍ତି । ୨୦୨୩ ମସିହା ଡ଼ିସେମ୍ବର ୩୦ ତାରିଖରେ ବନ୍ଦରର ଏକ ପ୍ରାଇଭେଟ୍ ବର୍ଥ ପିଆଇସିଟି ବର୍ଥ ରେ ଲାଗିଥିବା ଏମ୍ ଭି ଦେବୀ ପାନାମା ଜାହାଜ ରୁ ମିଳିଥିଲା ୨୨୦ କୋଟି ଟଙ୍କାର କୋକେନ। ସେହି ଦିନ ଠାରୁ ଜାହାଜ ସହିତ ବନ୍ଦୀ ଜୀବନ କାଟୁଥିଲେ ଭିଏତନାମ ର ଏହି ୨୧ ସଦସ୍ୟ। ତିନୋଟି ପର୍ଯ୍ୟାୟରେ ଏହି ୨୧ କର୍ମଚାରୀ (କ୍ରୁ ସଦସ୍ୟ) ଙ୍କୁ ଜାହାଜରୁ ବାହାର କରାଯାଇଛି ।

ଏବେ ଜାହାଜରେ ୧୭ ଜଣ ନୂଆ କ୍ରୁ ସଦସ୍ୟ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଜଣ ସଦସ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ୫ ଜଣ ସଦସ୍ୟ ବାହାରି ଥିଲେ। ମାତ୍ର ୧୦ ଜଣଙ୍କ ଭିସା ଅବଧି ସରିଥିବାରୁ ସେମାନେ ଜାହାଜରୁ ବାହାରି ପାରୁନଥିଲେ। ଭିସା କ୍ଲିୟର ହେବା ପରେ କାଲି ରାତିରେ ସେମାନେ ଜାହାଜରୁ ବାହାରି ପାରାଦ୍ଵୀପର ଏକ ହୋଟେଲରେ ରହିଥିଲେ। ସେଠାରୁ ଜାହାଜର ସମସ୍ତ ସଦସ୍ୟ ଭୁବନେଶ୍ୱର ଦେଇ ମୁମ୍ବାଇ ଯିବେ ଏବଂ ସେଠାରୁ ହଂକଂ ଦେଇ ଭିଏତନାମ ଯିବେ । କିନ୍ତୁ ଏବେ ବି ବନ୍ଦରର ଆଙ୍କରେଜରେ ଗିରଫ ହୋଇ ରହିଛି ଜାହାଜ ଏମ୍ ଭି ଦେବୀ ପାନାମା।