ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି । ପୁଜକ ବିଚିତ୍ରାନନ୍ଦ ଦାସ, କାହ୍ନୁଚରଣ ମିଶ୍ର, ଶତ୍ରୁଘ୍ନ ଭଞ୍ଜ, ସହଦେବ ତ୍ରିପାଠୀଙ୍କ ଦ୍ଵାରା କଳସ ସ୍ଥାପନା ପରେ ଗୋପୂଜା, ସୂର୍ଯ୍ୟ ପୂଜା ପରେ ମହାଯଜ୍ଞ ରେ ହନୁମାନ ଚାଳିଶା ପାଠ ସହ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହୋଇଥିଲା । କର୍ତ୍ତାରୂପେ ରବିନ୍ଦ୍ର ସ୍ବାଇଁ, ପତ୍ନୀ ଶାନ୍ତିଲତା ସ୍ୱାଇଁ ପୂଜା ସଂକଳ୍ପ ରେ ବସିଥିଲେ । ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତ ବୀର ହନୁମାନ ଙ୍କ ଯଜ୍ଞକୁଣ୍ଡ ରେ ପୂର୍ଣ୍ଣାହୁତି ଦେବାପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଘନଶ୍ୟାମ ବୋଇତେଇ, ଶଶିଭୂଷଣ ରାଉତ, କାର୍ତ୍ତିକ ଚରଣ ସ୍ୱାଇଁଙ୍କ ସହ ଗ୍ରାମର ଯୁବଗୋଷ୍ଠୀ ପ୍ରମୁଖ ସହଯୋଗ କରିଥିଲେ ।