ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଖବର ପରେ ପାକିସ୍ତାନର ବିଭିନ୍ନ ସହରରେ ଶିଆ ସମ୍ପ୍ରଦାୟ ପକ୍ଷରୁ ଭୟଙ୍କର ପ୍ରତିବାଦ ଓ ହିଂସା ଦେଖିବାକୁ ମିଳିଛି। ସୁରକ୍ଷା ବାହିନୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ପ୍ରାୟ ୩୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ସୂତ୍ର ଅନୁଯାୟୀ, ସୁରକ୍ଷା ବାହିନୀ ଏବଂ ସେଠାରେ ଥିବା ଆମେରିକୀୟ ମେରାଇନଙ୍କ ସହ ସଂଘର୍ଷ ସମୟରେ ଏହି ଜୀବନହାନି ଘଟିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମସ୍ତ ସରକାରୀ ହସ୍ପିଟାଲରେ ଏମରଜେନ୍ସି ଘୋଷଣା କରିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ତେବେ ଗଣମାଧ୍ୟମକୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ହସ୍ପିଟାଲଗୁଡ଼ିକୁ ପ୍ରଶାସନ ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ହେଉଛି।