ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ଶତପଥୀକୁ ବାଲିଆପାଳ ବଜରଙ୍ଗଦଳ ତରଫରୁ ଜଗନ୍ନାଥ ମନ୍ଦିର ଠାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି । ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି ମୁସଲ୍ ମାନ୍ ଆତଙ୍କବାଦୀ ମାନେ । ଜମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଛନ୍ତି । ପର୍ଯ୍ୟଟକମାନେ ମଜାମସ୍ତି କରିବା ସହ ଖାଉଥିବା ବେଳେ ହଠାତ୍ ଆତଙ୍କବାଦୀ ବନ୍ଧୁକ ଧରି ପ୍ରବେଶ କରିଥିଲେ । ସେମାନେ ପ୍ରଥମେ ପର୍ଯ୍ୟଟକଙ୍କ ପରିଚୟ ମାଗିଥିଲେ ।

ଏହାପରେ ଜଣକ ପରେ ଜଣଙ୍କୁ ଗୁଳି କରିଥିଲେ । ଏଥିରେ ଜଣେ ବାଲେଶ୍ଵର ଓଡ଼ିଆ ଯୁବକଙ୍କ ସହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଜଣେ ଓଡ଼ିଆ ଯୁବକଙ୍କ ଘର ବାଲେଶ୍ବରର ରେମୁଣାର ପ୍ରଶାନ୍ତ ଶତପଥୀ । ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମ କୁ ବୁଲିବା ପାଇଁ ଯାଇଥିଲେ । ସେହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିଲା । ସେଥିପାଇଁ ବାଲିଆପାଳ ବଜରଙ୍ଗ ଦଳ ତରଫ ରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରତିବାଦ କରିବା ସହ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭାରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସାମୂହିକ ଦୀପ ଦାନ କରାଯାଇଥିଲା ।