ପଶ୍ଚିମବଙ୍ଗରେ ଭୟଙ୍କର ବସ୍-ଟ୍ରକ୍ ଦୁର୍ଘଟଣା, ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩୫ ଆହତ

ପଶ୍ଚିମବଙ୍ଗରୁ ଆସିଛି ଏକ ଦୁଃଖଦ ଖବର । ଶୁକ୍ରବାର (୧୫ ଅଗଷ୍ଟ) ବର୍ଦ୍ଧମାନ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ବସ୍ ଟି ଟ୍ରକ୍ କୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସମସ୍ତ ଆହତଙ୍କୁ ବର୍ଦ୍ଧମାନ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଯାତ୍ରୀଭୂକ୍ତ ଏକ ବସ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନେ ଗଙ୍ଗାରେ ବୁଡ଼ ପକାଇ ଫେରୁଥିଲେ। ବସ୍ ଟି ଦୁର୍ଗାପୁର ଅଭିମୁଖେ ଯାଉଥିଲା। ପୂର୍ବ ବର୍ଦ୍ଧମାନର ୧୯ ନମ୍ବର ଜାତୀୟ ରାଜପଥର ନାଲା ଫେରି ଘାଟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ।

ଘଟଣା ପରେ ଚିତ୍କାରରେ ପୁରା ଅଂଚଳ କମ୍ପି ଉଠିଥିଲା। ସ୍ଥାନୀୟ ଲୋକମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଦୁର୍ଘଟଣାର ଖବର ପାଇ ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ ଅର୍କ ବାନାର୍ଜୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଆୟେଶା ରାଣୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ସମୟରେ, ପୂର୍ବ ବର୍ଧମାନ ପୋଲିସ ଅଧୀକ୍ଷକ ସୟକ ଦାସ କହିଛନ୍ତି ଯେ ବସ୍ ଟି ତୀର୍ଥଯାତ୍ରାରେ ଯାଉଥିଲା। ଏହି ସମୟରେ, ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।