ପରଲୋକରେ ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ

ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ। ତେବେ ଗତରାତିରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଏନେଇ ସାହାର ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ । ସେଠି ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ସୁବ୍ରତ ରାୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।


ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ୨୦୦୨ରେ ବିଜିନେସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ୨୦୦୨ ମସିହାରେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର, ୨୦୧୦ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର, କର୍ମବୀର ସମ୍ମାନ, ଉଦ୍ୟମ ଶ୍ରୀ, ବାବା-ଇ-ରୋଜଗାର ପୁରସ୍କାର ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ ରାୟ ।

Leave a Reply

Your email address will not be published. Required fields are marked *