ପରଲୋକରେ ରବୀନ୍ଦ୍ର ନାରାୟଣ ମିଶ୍ର

ଆଖି ବୁଜିଲେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ସରକାରୀ ଚାକିରି କରିଥିଲେ ମଧ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର ସାହିତ୍ୟ ପ୍ରତି ରୁଚି ରଖିଥିଲେ। ଆକାଶବାଣୀରେ ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ପାଠ କରି ଅଜଶ୍ର ପ୍ରଶଂସା ସାଉଣ୍ଟିଥିଲେ। ଜଣେ ନିଷ୍ଠାପର, ଦକ୍ଷ ଏବଂ ସଚ୍ଚୋଟ ଅଫିସରଭାବେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ଶ୍ରୀ ମିଶ୍ର ଜଣେ ସୁସାହିତ୍ୟିକ, ଲେଖକ ଏବଂ ପ୍ରବଚକ ଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସେ କିଛି ପୁସ୍ତକ ରଚନା କରିଛନ୍ତି। ‘ଆକାଶଦୀପ’ ପରି କାଳଜୟୀ ଗଳ୍ପ ଓ ‘କଥାନୁଭୂତିରେ ଶ୍ରୀଜଗନ୍ନାଥ’, ‘କଥାରେ କଥାରେ ଶ୍ରୀଜଗନ୍ନାଥ’ ଇତ୍ୟାଦି ସତ୍ୟ ଅନୁଭୂତି ସମ୍ୱନ୍ଧିୟ ଲେଖା ସ୍ୱଗତ ମିଶ୍ର ଜୀବନ କାଳ ଭିତରେ ଲେଖିଛନ୍ତି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଏବଂ ଚାବି ହଜିବା ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇ ଶ୍ରୀ ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗତବର୍ଷ ତାଙ୍କୁ ସମ୍ମାନିତ କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଓ ପୁତ୍ର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *